‘ଓଡ଼ିଶା ଶ୍ରୀକୃଷ୍ଣ ସମାଜ’ ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ପଥରଗାଡ଼ିଆ ପାଲାମଣ୍ଡପ ଠାରେ ଓଡ଼ିଶା ଶ୍ରୀକୃଷ୍ଣ ସମାଜ ଓ ପଥରଗାଡ଼ିଆ ଗ୍ରାମ୍ୟ କମିଟି ମିଳିତ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମାରୋହ ଡାକ୍ତର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ତ୍ତ, ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ନନ୍ଦ ଘରେ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଶ୍ରୀକୃଷ୍ଣ ସମାଜର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ପଥରଗାଡ଼ିଆରେ ବାସ କରୁଥିବା ଅଧିବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଂଜୀବ ମାରିକ, ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାଏ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ ଯୋଗଦେଇ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟ ଆୟୋଜକ ପଥରଗାଡ଼ିଆ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଏବଂ ଶ୍ରୀକୃଷ୍ଣ ସମାଜର ସଦସ୍ୟ ସୁରେଶ ଚନ୍ଦ୍ର ବେହେରା(ବନା)ଙ୍କ ଭୂମିକାକୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ। ଉତ୍ସ ର ଅଂଶ ସ୍ୱରୂପ ଶ୍ରୀକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜନ, ନନ୍ଦୋତ୍ସବ ଶୋଭାଯାତ୍ରା,ମିଷ୍ଟାନ୍ନ ଏବଂ ବସ୍ତ୍ର ବଣ୍ଟନ, ଯାଦବ ଭାଇମାନଙ୍କ ଦ୍ୱାରା ଲାଠି ଶୋଭାଯାତ୍ରା ଓ ଲୋକନୃତ୍ୟ ନାଟ ଲଉଡ଼ି ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ଶ୍ରୀକୃଷ୍ଣ ସମାଜ ତରଫରୁ ଯାଦବମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରେ ପାରଦର୍ଶିତା ଲାଭ କରିଥିବାରୁ ଯାଦବ କ୍ଲବ, ପଥରଗାଡ଼ିଆକୁ ଅତିଥିମାନେ ଦଶହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରିଥିଲେ। ଉକ୍ତ ସଭା କାର୍ଯ୍ୟକୁ ବ୍ରଜମୋହନ ଜେନା ପରିଚାଳନା କରୁଥିଲା ବେଳେ ପ୍ରସନ୍ନ କୁମାର ବେହେରା, ଜଗବନ୍ଧୁ ବେହେରା, ଦିବ୍ୟସିଂହ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଦର୍ଶନ ଜେନା, ସନ୍ତୋଷ ଜେନା, ସୁଦର୍ଶନ ବେହେରା, ବାବୁଲି ବେହେରା କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ସ୍ଥିତ ବିଭିନ୍ନ ଗ୍ରାମରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button