ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ଵର: ଆଜି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଚଢାଉ କରାଯାଇଛି। ଶ୍ରୀ ବେହେରାଙ୍କ ୮ ଟି ଠିକଣାରେ ଭିଜିଲାନ୍ସ ଟିମ ଚଢାଉ କରିଛି। ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର, ୪ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ବର, ସୁନ୍ଦରଗଡ଼, ରାଉରକେଲା, ଗଞ୍ଜାମ, ଅନୁଗୁଳର ୮ ଟି ସ୍ଥାନରେ ଚଢାଉ ଜାରି ରହିଛି।