ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଅଟକ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜଗନ୍ନାଥପୁର ଶିବ ମନ୍ଦିର ନିକଟସ୍ଥ ଏକ ଗୁହାଳ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଚମାଖଣ୍ଡି ପୋଲିସ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ ମିଳିତ ଚଢଉ କରି ପ୍ରାୟ ୫ ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସୁଚନା ଅନୁଯାୟୀ ତୁମୁଡିବନ୍ଧ ଥାନା ପୋଲିସ୍ ସନ୍ଦେହଜନକ ଭାବେ ଗୋଟିଏ ମାଲବାହୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ବିପୁଳ ପରିମାଣର ଡିଟରନେଟର୍ ମହଜୁଦ ଥିଲା। ଉକ୍ତ ଗାଡ଼ିର ଡ଼୍ରାଇଭର କୁ ନେଇ ଥାନାରେ ପଚରାଉଚରା କରିବା ବେଳେ ଉକ୍ତ ସାମଗ୍ରୀ ଗଞ୍ଜାମ ଜିଲ୍ଲାରୁ ଆଣିଥିବା ବୟାନ୍ ଦେଇଥିଲା। ଡ଼୍ରାଇଭରର ବୟାନକୁ ଭିତ୍ତି କରି ତୁମୁଡିବନ୍ଧ ପୋଲିସ ଓ ଚମାଖଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ବି ମୋହନ ରେଡ଼ିଙ୍କ ବ୍ରହ୍ମପୁର ଆମ୍ବପୁଆ ଅଞ୍ଚଳର ଉକ୍ତ ଗୁହାଳ ଘରକୁ ହେମନ୍ତ କୁମାର ସେଠୀ ନାମକ ଜଣେ ବ୍ୟକ୍ତି ଭଡ଼ାରେ ନେଇଥିବା ଜଣାପଡିଛି। ଏହି ସମସ୍ତ ତଥ୍ୟକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button