ପଙ୍କଜଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ ସଂଗଠନ

ଗଣମାଧ୍ୟମର ପ୍ରଭାବ । ପଙ୍କଜଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ସଂଯୋଗ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ସଂଗଠନ ।

କେନ୍ଦ୍ରାପଡା: ଗତ ମେ’ ୨୨ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ସିକୁଡି (ବଣମହୁରୀ)ଗାଁର ପଙ୍କଜ ଲୋଚନ ରାଉଳଙ୍କ ଦୁଇ ଆଖିକୁ ଝାପସା ଦେଖାଯାଉଛି ବୋଲି ସମ୍ବାଦ ପରିବେଷଣ କରାଯାଇଥିଲା | ଏହି ସମ୍ବାଦ ପରେ କିଛି ସ୍ୱେଚ୍ଛାସେବୀ ସଂଗଠନ ପଂକଜଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ | ଗତକାଲି ରାଜକନିକା ସଂଯୋଗ ଫାଉଣ୍ଡେସନର ସେଛାସେବୀ ଅନୁଷ୍ଠାନ ତରଫରୁ ପଂକଜଙ୍କ ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା | ଏହି ସେଛାସେବୀ ଅନୁଷ୍ଠାନ ପଙ୍କଜଙ୍କ ପରିବାର ସହ କିଛି ମୁହୂର୍ତ୍ତ ସମୟ ବିତେଇଥିଲେ | ପଙ୍କଜଙ୍କ ଆଖିର ଚିକିତ୍ସାରେ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ ସଂଯୋଗ ଫାଉଣ୍ଡେସନର କର୍ମକର୍ତ୍ତା |

Related Articles

Leave a Reply

Your email address will not be published.

Back to top button