ଜିଲ୍ଲାପାଳ ସ୍ତରରେ ଅଦଳବଦଳ: ଚଞ୍ଚଳ ରଣା ହେଲେ ବିଏମସି କମିଶନର

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହିପରି ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ନିକଟରେ ପୁରୀ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଚଞ୍ଚଳ ରଣାଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଛି। ଅନ୍ୟ ଯେଉଁମାନେଙ୍କର ବଦଳି ହୋଇଛି ସେମାନେ ହେଲେ: ମନୀଶ କୁମାର ଅଗ୍ରୱାଲ- ଅତିରିକ୍ତ ଏସଆରସି, ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି, ଦେବେନ କୁମାର ପ୍ରଧାନ- ଏମଡି ପାନୀୟ ନିଗମ, ବିଜୟ କୁମାର ଦାସ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ମତି ରଂଜନ ପ୍ରଧାନ- ଅତିରିକ୍ତ ସଚିବ ଜଙ୍ଗଲ ଓ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ରଘୁରାମ ଆୟାର- ଜିଲ୍ଲାପାଳ କେନ୍ଦ୍ରାପଡା, ଚଞ୍ଚଳ ରଣା- ବିଏମସି କମିଶନର, ସିଦ୍ଧାର୍ଥ ଶଙ୍କର ସ୍ବାଇଁ- ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଚକ୍ରବର୍ତ୍ତି ସିଂ ରାଠୋର- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ, ଡ. ଇଦ୍ଧୁଲା ବିଜୟ- ନିର୍ଦ୍ଦେଶକ କ୍ରୀଡା ବିଭାଗ, ନିୟତି ପଟ୍ଟନାୟକ- ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଶିକ୍ଷା, ମହେଶ୍ବର ସ୍ବାଇଁ- ନବରଂଗପୁର ଜିଲ୍ଲାପାଳ, ପାରୁଲ ପାଟୱାରୀ- ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ, ଅବୋଲି ସୁନୀଲ ନରମାଣେ- ଶିଳ୍ପ ବିଭାଗର ନିର୍ଦ୍ଦେଶକ, ଅମ୍ରିତ ଋତୁରାଜ- ଖୋର୍ଦ୍ଧା ଜିଲ୍ଲାପାଳ ( ସେ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି), ମଧୁମିତା ରଥ- ଅତିରିକ୍ତ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ସୁଧୀର କୁମାର ପଣ୍ଡା- ମୃତ୍ତିକା ସଂରକ୍ଷଣ ଜଳ ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ, ପ୍ରତାପ ଚନ୍ଦ୍ର ହୋତା- ଅତିରିକ୍ତ ସଚିବ, ହସ୍ତତନ୍ତ ଓ ବୟନ ବିଭାଗ, ସାଗରିକା ହୋତା- ଅତିରିକ୍ତ ସଚିବ, ଅର୍ଥ ବିଭାଗ, ଦିବ୍ୟଜ୍ୟୋତି ପରିଡା- ପୁରୀ ଜିଲ୍ଲାପାଳ, ସୋମେଶ କୁମାର ଉପାଧ୍ୟାୟ- ମାଲକାନଗିରି ଜିଲ୍ଲାପାଳ, ଅଭିନେଶ ରେଡ୍ଡୀ- ଅବକାରୀ କମିଶନର, ଶୁଭଙ୍କର ମହାପାତ୍ର- ସୁନ୍ଦରଗଡ ଜିଲ୍ଲାପାଳ, କିର୍ତ୍ତି ଭାସନ- ଜିଲ୍ଲାପାଳ ଗଂଜାମ, ଅନନ୍ୟା ଦାସ- ଯୁଗ୍ନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମନୋଜ ସତୱାନ ମହାଜନ- ଜିଲ୍ଲାପାଳ କୋରାପୁଟ, ବେଦ ଭୂଷଣ- ଜିଲ୍ଲାପାଳ, କନ୍ଧମାଳ, କୂଲକର୍ଣ୍ଣି ଆସୁତୋଷ- ଜିଲ୍ଲାପାଳ ରାୟଗଡା, ମଧୁମିତା- ଜିଲ୍ଲାପାଳ, ଗଜପତି, ଚାଭନ କୁନାଲ ମୋତିରାମ- ଝାରସୁଗୁଡା ଜିଲ୍ଲାପାଳ, ବିଭୂତି ଭୂଷଣ ନାୟକ- ଜିଲ୍ଲାପାଳ ବୌଦ୍ଧ, ଧେନାହା ଦାସତାଗିରି- ଅତିରିକ୍ତ ଜିଲ୍ଲାପାଳ ରାଉରକେଲା, ରେହାନ ଖଟ୍ରି-  ସମ୍ବଲପୁର ମହାନଗର କମିଶନର, ରିନା ପ୍ରଧାନ- ଚିଫ ଏକଜିକୁଟିଭି ଅଫିସର ଡିଏମଏଫ କେଉଁଝର, କିରନଦୀପ କୌର ସୋହତା- କଟକ ମହାନଗର କମିଶନର, ନୃପରାଜ ସାହୁ- ଜିଲ୍ଲାପାଳ ସୋନପୁର, ଅମ୍ବର କୁମାର କର- ଜିଲ୍ଲାପାଳ ଯାଜପୁର ଅଦଳ ବଦଳ କରିଛନ୍ତି ସରକାର।

Related Articles

Leave a Reply

Your email address will not be published. Required fields are marked *

Back to top button