ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ

ଭୁବନେଶ୍ବର: ଆଜି ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ତୈଳ ନିଗମ (ସି ଏସ ଆର) ପାଣ୍ଠି ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲାର ଦିବ୍ୟାଙ୍ଗ ଲିଙ୍ଗରାଜ ନାୟକ, ଶୋଭନ ମୋଲାଲ, ସୁଜାତା ପୃଷ୍ଟି, ଜିତେନ୍ଦ୍ର ପଲେଇ ଏବଂ ଅଖିଳ କୁମାର ପଣ୍ଡାଙ୍କୁ ନେଇ ୯୯ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ତହସିଲ ଅଧୀନ ବସୁନ୍ଧରା ଯୋଜନାରେ ତଥା ବେ ବନ୍ଦୋବସ୍ତ ଜମିକୁ ବନ୍ଦୋବସ୍ତରେ ସମାଧାନ କରାଯାଇ କନକ ବାରିକ, ବୈକୁଣ୍ଠ ବିହାରୀ ସାହୁ, ଦୁଃଶାସନ ଗୁମାନ ସିଂହ, ଶରତ କୁମାର ପ୍ରଧାନ, ରଘୁନାଥ ସୁନ୍ଦରା, ସୁଶାନ୍ତ କୁମାର ପାଲଟା ସିଂହ, ଶେଷଦେବ ପାଲଟା ସିଂହ ଏବଂ ସୁଦର୍ଶନ ଛୁଆଳ ସିଂହ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଆଜିର ଦିବସ ଏକ ସୁନ୍ଦର ସମନ୍ବୟର ଦିବସ ଅଟେ। ଦିବ୍ୟାଙ୍ଗ ମାନଙ୍କ ସେବାରେ ଜିଲ୍ଲା ପ୍ରଶାସନ, ଭାରତୀୟ ତୈଳ ନିଗମ ,ଭାରତୀୟ କୃତିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋତେ ରାଜନୀତିର ଯେଉଁ ଅଭିପ୍ରାୟ ରହିଛି ତାହା ହେଲା ସେବା, ବିକାଶ ଓ ଅଭିଯୋଗ ଶୁଣି ସେଗୁଡିକ ନିରାକରଣ ପରିଭାଷା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଁ ନିଜକୁ ଗର୍ବିତ ମନେକରୁଛି। ଆଜି ଦିବ୍ୟାଙ୍ଗ ମାନଙ୍କୁ ଯେଉଁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଗଲା ତାହା ନିଶ୍ଚିତ ଭାବେ ସେମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବନାହିଁ ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପରିବାରର ଏବଂ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ସେମାନଙ୍କର ଦିବ୍ୟ ସହଯୋଗ ପ୍ରଦାନ କରିପାରିବେ। ସାଂସଦ ଆହୁରି କହିଥିଲେ ଆବଶ୍ୟକ ପଡ଼ିଲେ ସାଂସଦ ପାଣ୍ଠିରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେ ଉପକରଣ ପ୍ରଦାନ କରିବା ପାଇଁ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button