ନିମାପଡାର ଜଣେ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୁତ୍ତ, ଅବସ୍ଥା ଗୁରୁତର

ଭୁବନେଶ୍ବର: ପୁଣି ଓଡିଶାରେ ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି। ତାହା ହେଲା ନିମାପଡା ଅଞ୍ଚଳର ଜଣେ ଛାତ୍ରୀଙ୍କୁ କେତେକ ଦୁର୍ବୁତ୍ତ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଛାତ୍ରୀର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ନିମାପଡା ନିକଟସ୍ଥା ବାଇଆବର ର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାହାର ସାଙ୍ଗ ଘରକୁ ସାଇକେଲରେ ଯାଉଥିଲା। ହେଲେ ବାଟରେ ତିନିଜଣ ଦୁର୍ବତ୍ତ ତାଙ୍କୁ ଯୋରଜବରଦସ୍ତ ଅଟକାଇଥିଲେ। ତା ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button