କଙ୍ଗାରୁ କୋର୍ଟର ନିଷ୍ପତ୍ତି ପରେ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: ଗାଁ କଙ୍ଗାରୁ କୋର୍ଟରେ ଦୁଇ ଜଣ ଝିଅ ଓ ପୁଅଙ୍କ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ବିଧବା ମହିଳାଙ୍କ ଉପରେ ଦୋଷ ଲଦାଯିବାରୁ ସେ ଆତ୍ମହତ୍ୟା କରିଛନ୍ତି । ମୃତା ମହିଳା ଜଣଙ୍କ ହେଲେ ସ୍ୱର୍ଗତ୍ ନରେନ୍ଦ୍ର ମାଝିଙ୍କ ବିଧବା ପତ୍ନୀ ନିରୁପମା ମାଝି ମାତ୍ର ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ କେତେକ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି ।

ସୂଚନା ଅନୁଯାୟୀ, ଗତ ୫ ତାରିଖରେ ବରାଡ଼ିଆ ଗାଁରେ ଏକ କଙ୍ଗାରୁ କୋର୍ଟ ବସିଥିଲା । ଏଥିରେ ୨ ଜଣ ପୁଅ ଝିଅଙ୍କ ପ୍ରେମ ସମ୍ପର୍କକୁ ନେଇ ବିଚାର କରାଯାଇଥିଲା । ଏଥିରେ ନିରୁପମାଙ୍କୁ ଗାଁର କେତେ ଜଣ ଲୋକ ଦୋଷୀ ସାବ୍ୟସ୍ତ କରି ତାଙ୍କ ଉପରେ ଆର୍ଥିକ ଦଣ୍ଡ ୨୦ହଜାର ଟଙ୍କା ଜୋରିମାନା କରିଥିଲେ । ଏପରି ନିଷ୍ପତ୍ତିକୁ ବିରୋଧ କରି ନିରୁପମା ଉଠି ଆସିଥିଲେ । ପରଦିନ ତାଙ୍କ ବାଡ଼ି ପଟରେ ଥିବା ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏକ ସନ୍ଦେହ ଉପୁଜିଛି । ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ଉଙ୍କି ମାରିଛି । ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିବା ଲୋକେ ଟୁପୁରୁଟାପୁରୁ ହେଉଛନ୍ତି । ତାଙ୍କ ପରିବାର ଲୋକେ ମଧ୍ୟ ଏହା ଏକ ହତ୍ୟା ବୋଲି ଦାବି କରିଛନ୍ତି । ଏନେଇ ନିର୍ଦ୍ଦିଷ୍ଟ କେତେ ବ୍ୟକ୍ତିଙ୍କ ନାମରେ ରାଜକନିକା ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ରାଜକନିକା ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଆଳି ପଠାଇ ଦିଆଯାଇଛି । ପରିବାର ଲୋକେ ଥାନାରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button