ପୁରୀରେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ: ପ୍ରଦାନ କଲେ ୨୫ ଲକ୍ଷ ଟଙ୍କା

ଭୁବନେଶ୍ବର: ଶରଧାବାଲି ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତ ଅଧିନସ୍ଥ ଗୋବର୍ଦ୍ଧନପୁର ଗ୍ରାମର ନିବାସୀ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଧର୍ମପତ୍ନୀ ସ୍ବର୍ଗୀୟା ବାସନ୍ତୀ ସାହୁଙ୍କ ପରଲୋକ ଘଟିଥିଲା। ଆଜି ତାଙ୍କ ପରିବାରଙ୍କୁ ସାକ୍ଷାତ କର ସମବେଦନା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇ ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଗୋବର୍ଦ୍ଧନପୁର ସ୍ଥିତ ବାସଭବନକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି। ତାଙ୍କ ସ୍ବାମୀ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କଲି। ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ  ଓ ଶକ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା। ମନ୍ତ୍ରୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରଧାନ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ , ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ବିଶ୍ବରଞ୍ଜନ ବଡ଼ଜେନା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ପ୍ରକାଶ ବିଜୁଳି ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button