ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ବର: ବରିଷ୍ଠ ଓଏଏସ୍ ଅଧିକାରୀ ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସେ କେନ୍ଦୁଝର ଡୁଡା(ଡିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ମିର୍ଦ୍ଧା ଟପ୍ପୋଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ। ୧୯୯୭ ମସିହାରେ ଓଏଏସ୍ ପାଇବା ପରେ ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ ଅତିରକ୍ତ ତହସିଲଦାର ଭାବେ ଚାକିରି ଆରମ୍ଭ କରିଥିଲେ। ସେଠାରେ ସେ ୨୦୦୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ୨୦୦୨ରେ ପଦୋନ୍ନତି ପାଇ ସୁନ୍ଦରଗଡ଼ ତହସିଲଦାର ଭାବେ ୨୦୦୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହାପରେ ସେ କେନ୍ଦୁଝର ଜିଲ୍ଲା ପାଟଣାରେ ବିଡିଓ ଭାବେ ୨୦୦୪ରୁ ୨୦୦୬, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଡିଓ ଭାବେ ୨୦୦୬ ରୁ ୨୦୧୧, ଝୁମ୍ପୁରାରେ ବିଡିଓ ଭାବେ ୨୦୧୨ରୁ ୨୦୧୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେଠାରୁ ସେ ପଦୋନ୍ନତି ପାଇ ସୁନ୍ଦରଗଡ଼ ଜିଲ୍ଲା ବଣେଇ ପିଏ ଆଇଟିଡିଏ ଭାବେ ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୭ରେ ସେଠାରୁ ବଦଳି ହେବା ପରେ ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇପାରିଥିଲେ। ସେଠାରୁ ସେ ପଦୋନ୍ନତି ପାଇ ୨୦୧୯ରୁ ୨୦୨୩ ମସିହା ପର୍ଯ୍ୟନ୍ତ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ଓ ସେଠାରେ ପଦୋନ୍ନତି ପାଇ ସମ୍ବଲପୁରରେ ଅତିରିକ୍ତ କମିଶନର(ସେଟେଲମେଣ୍ଟ) ଭାବେ ୨୦୨୩ରୁ ୨୦୨୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେଠାରୁ ବଦଳି ହେବା ପରେ କେନ୍ଦୁଝର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଗତ ଫେବୃଆରୀ ୧୦ରେ କାର୍ଯ୍ୟରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button