ଦ୍ରୌପଦୀ ମୁର୍ମୁଙ୍କ ୬୭ ତମ ଜନ୍ମ ଦିବସ ପାଳନ, ବୁଦ୍ଧିଜୀବୀ ମହଲରେ ପ୍ରଶଂସା ସାଉଁଟିଲା କେଶରୀୟା ହିନ୍ଦୁ ବାହିନୀ

ଭୁବନେଶ୍ୱର : ଗତକାଲି ସଂନ୍ଧ୍ୟା ୬.୦୦ ଘଟିକା ସମୟରେ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ୬୭ ତମ ଜନ୍ମ ଦିବସ ବୁଦ୍ଧ ମନ୍ଦିର,ହାଉସିଙ୍ଗ ବୋଡ କଲୋନୀ ଛକ, ୟୁନିଟ୍ -୯, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି।
ହିନ୍ଦୁମାନଙ୍କ ପୁରା ଅଧିକାର ପାଇଁ ଲଢେଇ ଜାରି ରଖିଥିବା ଏହି ସଂଗଠନ ବିଭିନ୍ନ ସାମାଜିକ କାର୍ଯ୍ୟକରି ପ୍ରଶଂସା ସାଉଁଟିଛି । ଗତକାଲି ମଧ୍ୟ ମହାମହିମଙ୍କ ଜନ୍ମ ଦିନକୁ ମହା ଆଡମ୍ବରରେ ପାଳନ କରିଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ରୁଦ୍ରନାରାୟଣ ଓ କେଶରୀୟା ହିନ୍ଦୁ ବାହିନୀ, ଓଡ଼ିଶାର ସମସ୍ତ କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟ ସତରେ ପ୍ରଶଂସାର ଯୋଗ୍ୟ ବୋଲି ଅନେକ ମତ ଦେଉଛନ୍ତି ।