୨୦ ତାରିଖରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ଆସନ୍ତା 20 ତାରିଖ ଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସୁଛନ୍ତି। ତାଙ୍କ ଗସ୍ତକୁ ଦେଖି ଉଭୟ ଭାରତୀୟ ଜନତା ପାର୍ଟି ଏବଂ ରାଜ୍ୟ ସରକାର ବେଶ ତତ୍ପର ହୋଇ ଉଠିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ 20 ତାରିଖ ଦିନ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରେ ଅପରାହ୍ନ 3 ଟା 40 ମିନିଟରେ ପହଞ୍ଚିବେ। ସେଠାରୁ ସେ ପାଞ୍ଚମିନିଟ ମଧ୍ୟରେ ବାହାରକୁ ଆସିବେ। ସେଠାରୁ ସେ ଏକ ରୋଡ ସୋ’ରେ ସାମିଲ ହୋଇ ଜନତା ମଇଦାନ ପର୍ଯ୍ୟନ୍ତ ଯିବେ। ଏହି ରୋଡ ସୋ ବିମାନ ବନ୍ଦରରୁ ଏଜି ଛକ, ଅଶୋକ ନଗର ଏବଂ ଜୟଦେବ ବିହାର ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ଯିବ। ସେଥିପାଇଁ ପ୍ରାୟ ତିରିଶ ମିନିଟ ସମୟ ରଖାଯାଇଛି। ଅର୍ଥାତ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ସେ 4 ଟା 15 ମିନିଟରେ ପହଞ୍ଚିବେ। ସେଠାରେ ସେ ଜନସାଧାରଣଙ୍କୁ 4 ଟା 30 ରେ ସମ୍ବୋଧନ ଦେବେ। ମୋଦି ପ୍ରାୟ ଏକ ଘଣ୍ଟା ଧରି ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 5 ଟା 30ରେ ତାଙ୍କର ବାଷଣ ସରିବା ପରେ 5 ଟା 35 ରେ ଜନତା ମଇଦାନରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରକୁ ଫେରିଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button