ରଜ ପାଇଁ ବଦଳିଲା ନନ୍ଦନକାନନ ଛୁଟି ତାଲିକା

ଭୁବନେଶ୍ବର: ରଜ ପାଇଁ ନନ୍ଦନକାନନ ଚିଡିଆଖାନାର ଛୁଟି ତାଲିକା ବଦଳିଯାଇଛି। ଓଡିଶାର ଗଣପର୍ବ ରଜ ହୋଇଥିବାରୁ ନନ୍ଦନକାନନ କର୍ତ୍ତୁପକ୍ଷ ଏହାର ଛୁଟିକୁ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଏଥର ନନ୍ଦନକାନନ ସୋମବାର ଦିନ ବନ୍ଦ ନ ରହି ମଙ୍ଗଳବାରରେ ବନ୍ଦ ରହିବ। ଏ ନେଇ ନନ୍ଦନକାନନ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ସାଧାରଣତଃ ନନ୍ଦନକାନନ ସୋମବାର ଦିନ ବନ୍ଦ ରହେ। ହେଲେ ଏଥର ଶେଷ ରଜ ସୋମବାରରେ ପଡୁଥିବାରୁ କର୍ତ୍ତୁପକ୍ଷ ସେହିଦିନ ଏହାକୁ ବନ୍ଦରଖିବା ପାଇଁ ଚାହିଁଲେ ନାହିଁ। ଲୋକମାନଙ୍କ ବା ପର୍ଯ୍ୟଟକଙ୍କ ଉତ୍ସବ ପାଳନକୁ ସମ୍ମାନ ଦେଇ ସୋମବାର ଛୁଟିକୁ ବାତିଲ କରି ମଙ୍ଗଳବାରକୁ ରଖିଛନ୍ତି। ଫଳରେ ନନ୍ଦନକାନନ ଦର୍ଶକମାନେ ମଙ୍ଗଳବାର ଦିନ ନ ଯିବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button