ରାସ୍ତାରୁ ଯୁବକଙ୍କ ଜଳନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳୁ କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ଜଣେ ଯୁବକଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ, ପରିଚୟ ବର୍ତ୍ତମାନ ପ୍ରଯ୍ୟନ୍ତ ଜଣାପଡି ନ ଥିବାବେଳେ ପାରି ପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଖବରପାଇ ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button