ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଚିଲିକା ହେବ ପ୍ରଦୂଷଣମୁକ୍ତ ଏବଂ ଚାଷୀଙ୍କୁ ମିଳିବ ରୋଜଗାର

ଭୁବନେଶ୍ଵର: ପରିବେଶକୁ ସୁରକ୍ଷା ଦେବା ସହ ପ୍ରଦୂଷଣମୁକ୍ତ କରିବା ଦିଗରେ ଅଗ୍ରସର ହେଉଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ୨ଜି ଇଥାନଲର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମିଡ଼ୱେଷ୍ଟ ଏନର୍ଜି କମ୍ପାନୀ ତରଫରୁ ଏକ ଉପସ୍ଥାପନା ପ୍ରଦର୍ଶନରେ‌ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ଏମ.ଡି ଇପିକଲ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଓଡ଼ିଶାର ଚିଲିକା ହ୍ରଦରେ ଚାଲୁଥିବା ବୋଟ ଗୁଡ଼ିକରେ ଇଥାନଲ ବ୍ଲେଣ୍ଡିଂ ଇନ୍ଧନ ବ୍ୟବହାର କରିବା ବିଷୟରେ ଆଲୋଚନା ହୋଇଥିଲା। ଯଦ୍ୱାରା ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବ ଏବଂ ଚାଷୀଙ୍କୁ ପରୋକ୍ଷରେ ରୋଜଗାର ମଧ୍ୟ ପ୍ରଦାନ କରିବ।ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବା ସହ ଦାଦନ ଶ୍ରମିକ ସଂଖ୍ୟା ମଧ୍ୟ କମିବ।

Related Articles

Leave a Reply

Your email address will not be published. Required fields are marked *

Back to top button