ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କେନ୍ଦ୍ରାପଡା : ରାଜକନିକା ବ୍ଲକ କଣ୍ଟପଡ଼ା ଗ୍ରାମ ପଞ୍ଚାୟତ ଚେରଣ୍ଟପଡା ଗ୍ରାମର ଜଣେ ମହିଳା ଗଳାରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ଏହି ଘଟଣାକୁ ତାଙ୍କ ବାପ ଘର ଲୋକେ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି। ପ୍ରକାଶ ଯେ, ଚେରଣ୍ଟପଡ଼ା ଗାଁର ମଦନମୋହନ ତରାଇ କଂର ପୁଅ ମନୋଜ କୁମାର ତରାଇ (୩୫)ସେ ଭଦ୍ରକ ଜିଲ୍ଲା ପାଳକଂ କାର୍ଯ୍ୟାଳୟରେ ଡିଆରଡିଏ ବିଭାଗ ରେ ସରକାରୀ ଚାକିରି କରିଥିଲେ । ସମ୍ଭାବ୍ୟ ୟସ୍ ବାତ୍ୟା ପାଇଁ ନିଜର ଘରକୁ ଫେରି ଆସୁଥିବା ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅବସ୍ଥିତ ମହୁଲୀଆ ଛକଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀ ସ୍ୱପ୍ନାମୟୀ ମାଝୀ  ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଉକ୍ତ ମହିଳାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରିଦିଆଯାଇଛି। ଏ ନେଇ ମହିଳାଙ୍କ ପରିବାର ଲୋକେ ରାଜକନିକା ଥାନାରେ ଆଇଆଇସି ଉମାକାନ୍ତ ନାୟକଙ୍କୁ ଏତଲା ଦେଇଛନ୍ତି। ପୁଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଆଳି ପଠାଇଛି। ଏ ସମ୍ପର୍କରେ ମହିଳାଙ୍କ ବାପା ନିର୍ମଳ ମାଝୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ତାଙ୍କ ଝିଅକୁ ଯୌତୁକ ପାଇଁ ବିବାହ ସମୟରୁ ନର୍ଯାତନା ଦିଆ ହୋଇ ଆସୁଥିଲା। ବିଭିନ୍ନ ସମୟରେ ତାଙ୍କୁ ଭୀଷଣ ମାଡ଼ ମରାଯିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରାଯାଉଥିଲା। ମୋ ଝିଅ ଆତ୍ମହତ୍ୟା କରି ନାହିଁ ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ମୋ ଝିଅକୁ ଉଚିତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।

Related Articles

Leave a Reply

Your email address will not be published.

Back to top button