ସେଭେନ୍ ଷ୍ଟାର୍ କ୍ଳବର ତୃତୀୟ ପର୍ଯ୍ୟାୟ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ବର: ଚଳିତ ମାସ ୧୩ ତାରିଖରେ ନବଘନ ଜେନାଙ୍କ ଶତ ବାର୍ଷିକୀ ପାଳନ ଅବସର ରେ ସେଭେନ୍ ଷ୍ଟାର୍ କ୍ଳବ୍ ଦ୍ଵାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର ରେ ଶିଶୁ ରୋଗ ସମ୍ପର୍କୀୟ ବିଭିନ୍ନ ରୋଗ ର ନିଦାନ ଓ ନିରାକରଣ ଏବଂ ଗଳା, ନାକ, କାନ ର ପରୀକ୍ଷା କରାଯାଇଥିଲା । ଏହାଦ୍ବାରା ପାଖାପାଖି ଅଞ୍ଚଳର ଶତାଧିକ ରୋଗୀ ଉପକୃତ ହୋଇଥିଲେ । ଏହି ମହାନ୍ କାର୍ଯ୍ୟ ରେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ସାହୁ ଓ ୩୪ନମ୍ବର ୱାଡମେମ୍ୱର ଦୀପକ ଦାସ ଉପସ୍ଥିତ ରହି ଚିକିତ୍ସକ ଓ ତାଙ୍କ ଦଳ ଏବଂ ରୋଗୀ ମାନଙ୍କୁ ଉସଛାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଚେୟାରମ୍ୟାନ ରାଜ କିଶୋର ବେହେରା ,ଶ୍ରୀ ଗୌତମ ପରିଡ଼ା, ଶ୍ରୀ ସନା ପରିଡ଼ା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପଲ୍ଲବୀ ମହନୀ, ସମାଜସେବୀ ଏସ କେ କଲ୍ଳି ମୁଲ୍ଲା, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, କମିଟି କୋଷାଧ୍ୟକ୍ଷ ଡ: ଭାଗ୍ୟ ଲକ୍ଷ୍ମୀ ଜେନା ,ସଭାପତି ଡ଼: ବିଶ୍ୱମୋହନ ଜେନା, ସଂପାଦକ ସଂପଦ ବେହେରା ଓ ଉପସଭାପତି ସୋମନାଥ ମହାକୁଡ , ସେଭେନ୍ ଷ୍ଟାର୍ କ୍ଳବ୍ ଓ ରାଣୀହାଟ ଶତ ବାର୍ଷିକୀ କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button