ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିବେ । ବାତ୍ୟା ‘ୟାସ’ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ସେ ସମୀକ୍ଷା କରିବେ ବୋଲି ଜାଣିବାକୁ ମିଳିଛି  । ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ  । ପ୍ରଥମେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚି ବାତ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବେ । ପରେ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ସେ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ  । ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ । ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ସହ ସେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜାଣିବାକୁ ମିଳିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି  । କାହିଁକିନା ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ  । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପ୍ରାକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଜାଣିବାକୁ ମିଳିଛି  ।

Related Articles

Leave a Reply

Your email address will not be published.

Back to top button