ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ପୁଣି ଥରେ ରାଜ୍ୟସଭାରେ ଦାବୀ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ପୁଣି ଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା  ପ୍ରଦାନ କରିବାକୁ ଜୋରଦାର ଦାବୀ କରିଛନ୍ତି।ସେ ସୋମବାର ଦିନ ରାଜ୍ୟସଭାରେ ଏହି ଦାବୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୀ। ଓଡ଼ିଶା କୋଇଲା, ଖଣିଜ ଏବଂ ବନ୍ଦର ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ କରିଥାଏ। କିନ୍ତୁ ମହାବାତ୍ୟା, ଫାଇଲିନ୍, ଫୋନି, ଆମ୍ଫାନ୍ ଏବଂ ୟାସ୍ ଭଳି ବିପର୍ଯ୍ୟୟରେ ପ୍ରତିବର୍ଷ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଥାଏ। ଓଡ଼ିଶାର ଏତେ ଅବଦାନ ଥାଇ ମଧ୍ୟ କେନ୍ଦ୍ରରୁ ଯଥା ସମ୍ଭବ ସହଯୋଗ କାହିଁକି ପାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଏକ ସମବେଦନା ନୁହେଁ ବରଂ ନ୍ୟାୟ ଚାହେଁ ବୋଲି ସେ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ବିପର୍ଯ୍ୟର ସମ୍ମୁଖୀନ ହେବା ପରେ ଆମେ ଆଉ ଥରେ ତାହା ନିର୍ମାଣ କରୁଛୁ। ଏଥିପାଇଁ ବିପୁଳ ଅର୍ଥର ବିନିଯୋଗ କରିବାକୁ ପଡିଥାଏ। ଏବେ ସମୟ ଆସିଛି କେନ୍ଦ୍ର ସରକାର ଆମର ତ୍ୟାଗକୁ ମାନ୍ୟତା ଦିଅନ୍ତୁ ବୋଲି ସେ ଗୃହରେ ଦାବୀ କରିଛନ୍ତି। ସେ ପୁଣି କହିଲେ ଯେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଅ। ତେବେ ଆସନ୍ତା କାଲି ନୁହେଁ, ଆଜି। ସେ ବନ୍ଦେ ଉତ୍କଳ ଜନନୀ, ଜୟ ଓଡ଼ିଶା, ଜୟ ହିନ୍ଦ୍ କହି ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button