ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣା, ଆଜି ହେବ ମୁଖ୍ୟ ଅଭିଯୁକ୍ତଙ୍କ ବୟାନ ରେକର୍ଡ

ଭୁବନେଶ୍ବର:  ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ।  ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ।  ନିଜ ପକ୍ଷ ରଖିବା ପାଇଁ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ବଲାଙ୍ଗିର ଜେଲରୁ ଆଣି ଏଡ଼ିଜେ କୋର୍ଟରେ ହାଜର କରାଇଲା ପୋଲିସ । ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ମହଲତି ମାଗିଥିଲେ ପୁଞ୍ଜିଲାଲ । ଫଳରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ହୋଇ ପାରିନଥିଲା । ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ । ୨୦୧୮ ଫେବ୍ରୁୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button