ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ରୂପାନ୍ତରିତ ହୋଇଛି  । ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ  । ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡ଼ି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି  । ଡକ୍ଟର ମହାପାତ୍ର କହିଛନ୍ତିଯେ, ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି  । ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ  । ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ  । କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି  । ୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବାହିତ ହେବାର ସମ୍ଭାବନା ଥିବାବେଳେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ବହୁ ବୃଦ୍ଧି ପାଇବ  ।

Related Articles

Leave a Reply

Your email address will not be published.

Back to top button