ଦୁର୍ଘଟଣାଗ୍ରସ୍ତ ବୃଦ୍ଧଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଅଞ୍ଚଳବାସୀଙ୍କ ଦାବି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଚନ୍ଦନ ପୋଖରୀ ଛକଠାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୮୦ ବର୍ଷର ବୟସ୍କ ବୃଦ୍ଧ ଆହତ ହୋଇଛନ୍ତି | ସେ ବୃଦ୍ଧ ଜଣକ ହେଉଛନ୍ତି ଭାରିଗଦା ଗ୍ରାମ ପଞ୍ଚାୟତର ଅଚ୍ୟୁତ ପୁର ଗାଁ ନିବାସୀ ଜଗବନ୍ଧୁ ଜେନା | ବୃଦ୍ଧ ଜଗବନ୍ଧୁ ଜେନା ଉକ୍ତ ଛକଠାରେ ପାନ ଓ ଚା’ ଦୋକାନ କରି ଗୁରୁରାଣ ମେଣ୍ଟାଉଛନ୍ତି | ପରିବାର କହିଲେ ୩ଟି ଝିଅ , ସେ ଆଉ ତାଙ୍କ ସ୍ତ୍ରୀ | ଅଭାବୀ ପରିବାର ଭିତରେ ବେଳାଏ ଖାଇଲେ ଆରବେଳ ଉପବାସ ରହିବାକୁ ପଡେ |

ଦୁର୍ଘଟଣା ପରେ ତାଙ୍କୁ ରାଜକନିକା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣି ଥିଲେ | ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତର ହେଇପଡିଥିଲା | ରାଜକନିକା ଅଂଚଳବାସୀ ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ବୋଲି ଆମର ସାମ୍ବାଦିକ ପ୍ରତିନିଧି ସୂଚନା ଦେଇଛନ୍ତି |

Related Articles

Leave a Reply

Your email address will not be published.

Back to top button