‘ଅତି ଭୀଷଣ’ ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଏହା ଅବପାତର ରୂପ ନେବ ।  ୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ ।  ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ ।  ତେବେ ଏହା ‘ଅତି ଭୀଷଣ’ ବାତ୍ୟାଭାବେ ଉପକୂଳ ଅତିକ୍ରମ କରିବ ବୋଲି  ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ୧୨୦ରୁ ୧୬୫ କିମି ରହିବ ।  ସ୍ଥଳ ବିଶେଷରେ ମଝିରେ ମଝିରେ ପବନର ବେଗ ୧୮୫ କିମି ଛୁଇଁପାରେ ।  ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲଶଦେଶ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ।  ନିର୍ଦ୍ଧିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ ତାହା କାଲି ଅବପାତ ହେଲା ପରେ ସ୍ପଷ୍ଟ ହେବ । ବାତ୍ୟା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯିବ ।  ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଯିବ ।  ୨୪  ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ ତାରିଖ ସକାଳୁ ୫୦ରୁ କିମି ପବନର ବେଗ ବଢିବ ବୋଲି ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button