‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ବେଳେ ଏବେ ଦେଖାଦେଲାଣି ‘ବ୍ଲାକ୍ ଫଙ୍ଗସ୍’ , ଯାହା ବୋଝ ଉପରେ ନଳିତା ବିଡା ସଦୃଶ | ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟକୁ ଦୃଷ୍ଟିରେ ରଖି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର |

ଓଡ଼ିଶା ମହାମାରୀ ଆଇନ ୧୮୯୭, ଧାରା ୩ ଅନୁସାରେ ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି | ଗତ ୩ଦିନ ତଳେ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ‘ବ୍ଲାକ ଫଙ୍ଗସ୍‌’ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ ରାଜ୍ୟ ସରକାର | ଏହି କମିଟି  ମୁଖ୍ୟତଃ ୬ଟି ସୁପାରିସ୍  କରିଥିଲେ  | ଯାହାକୁ ଆଧାର କରି ରାଜ୍ୟ ସରକାର ଆଜି ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରିଛନ୍ତି |

Related Articles

Leave a Reply

Your email address will not be published.

Back to top button