ପଦ୍ମବିଭୂଷଣ ରଘୁନାଥଙ୍କ ଏକାଦଶାହରେ ପୁଅଙ୍କ ମୃତ୍ୟୁ

ଭୁବନେଶ୍ୱର : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଚଡକ ପଡ଼ିଛି  । ରଘୁନାଥଙ୍କ ବିୟୋଗର ଏଗାର ଦିନ ନଯାଉଣୁ ତାଙ୍କର ପୁଅଙ୍କର ମୃତ୍ୟୁ ଘଟିଛି  । ଆଉ ଜଣେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଆଜି ସକାଳ ୭ଟା ୫୧ରେ ରଘୁନାଥଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ଘଟିଛି  । ସେ କରୋନାରେ ଆକ୍ରାନ୍ତ ହୋଇଥିଲେବି ସୁସ୍ଥ ହୋଇଯାଇଥିଲେ  । ତାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିଲା  । କିନ୍ତୁ ସେ ଭୀଷଣ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା  । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦିଆଯାଇଛି  । ତାଙ୍କର ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ ଗୁରୁତର ଅବସ୍ଥାରେ ଏମସରେ ଚିକିତ୍ସିତ ହେଉଛନ୍ତି  ।ବାପାଙ୍କ ଭଳି ପ୍ରଶାନ୍ତ ନିହଣ ନଧରି ହାତରେ ବ୍ୟାଟ ଧରିଥିଲେ  । ନବେଦଶକରେ ସେ ଥିଲେ ଓଡ଼ିଶାର ଚର୍ଚ୍ଚିତ ଖେଳାଳୀ  । ଜଣେ ଓପନର ଭାବେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ  । ଓଡ଼ିଶା ଟିମର ସେ କ୍ୟାପଟେନ ଥିଲେ  । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ ବିସିସିଆଇର ରେଫରୀ ଭାବେ କାର୍ଯ୍ୟ କରୁଥିଲେ  ।

Related Articles

Leave a Reply

Your email address will not be published.

Back to top button