ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ହୋଇଛି ଗୁଳିମାଡ଼ !

ଭୁବନେଶ୍ବର: ଆଉ କିଛିଦନି ପରେ ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରଣ ହେବ। ଏହା ପୂର୍ବରୁ ଏହି ହତ୍ୟାକାଣ୍ଡ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତାହା ହେଉଛି ଘଟଣା ଦିନ ଗୋଟିଏ ନୁହେଁ ବହୁ ବନ୍ଧୁକର ବ୍ୟବହାର ହୋଇଛି। ତେବେ କେତୋଟି ବନ୍ଧୁକ ତାହା ଜଣା ପଡି ନ ଥିଲେ ମଧ୍ୟ ସେଠାରେ ଗୋଟିଏ ବନ୍ଧୁକ ବ୍ୟବହାର ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ ଫରନେସିକ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ, ସେହିଦିନ ହତ୍ୟାକାରୀ ଗୋପାଳ ଦାସଙ୍କ ବନ୍ଧୁକରେ ତିନିଟି ଗୁଳି ଥିଲା। ତାହାର ଗୋଟିଏ ଗୁଳି ଠିକରେ ବାଜି ନ ଥିଲା, ଗୋଟିଏ ଗୁଳି ବ୍ଲାଙ୍କ ଫାଇରିଂ ହୋଇଥିଲା। ତେବେ ଅନ୍ୟ ଗୁଳିର ଖୋକା ଏ ପର୍ଯ୍ୟନ୍ତ ମିଳି ନାହିଁ। ଫଳରେ ନବ ଦାସଙ୍କୁ କିଏ ହତ୍ୟା କଲା ବୋଲି ତାହା ଏବେ ସନ୍ଦେହ ଘେରକୁ ଆସିଛି। ସେହିପରି ଏହି ରିପୋର୍ଟରେ କୁହାଯାଇଛି ଯେ, ନବ ଦାସ ହତ୍ୟାବେଳେ ତାଙ୍କ ଗାଡି ପଛରେ ସ୍ବାସ୍ଥ୍ୟ ବିଭାଗର ଏକ ଗାଡି ଥିଲା। ସେହି ଗାଡିରେ ମଧ୍ୟ କେତେକ ଗୁଳି ବାଜିଛି। ହେଲେ ସେହି ଗୁଳି ମାଡରେ ଯେଉଁ କଣା ହୋଇଛି ତାହା ଗୋପାଳ ବନ୍ଧୁକର ନୁହେଁ ବୋଲି ଜଣାପଡିଛି। ଫଳରେ ସେହି ଆଉ କିଏ ସେ ଗୁଳି ଚଳାଇଥିଲା ତାହା ଏବେ ସନ୍ଦେହଘେରକୁ ଆସିଛି। ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଲେ ଜଣାପଡୁଛି ଯେ, ଗୋପାଳ ଦାସ ଗୁଳି ଚଳାଇ ନବଙ୍କୁ ହତ୍ୟା କରିଥିଲା। ସେହି ଭିଡିଓରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ରିପୋର୍ଟ ସେହି ତଥ୍ୟକୁ ସନ୍ଦେହ ଘେରକୁ ଆଣିଛି। ବର୍ତ୍ତମାନ ଘଟଣାଦିନ ଆଉ କିଏ ଗୁଳି ମାଡ କରିଥିଲା ତାହା ତଦନ୍ତ ପରିସରକୁ ଆସିଛି। ଅନ୍ୟପଟେ ଗୋପାଳ ଦାସର ଗୁଳି ଦ୍ବାରା ନବ ଦାସଙ୍କ ହତ୍ୟା ହୋଇଛି ନା ଆଉ କେହି ହତ୍ୟା କରିଛି ତାହାକୁ ନେଇ ଏବେ ସନ୍ଦେହ ଘେରକୁ ଆସିଛି।

Related Articles

Leave a Reply

Your email address will not be published. Required fields are marked *

Back to top button