ଜରୁରୀକାଳୀନ ବନ୍ଦୀ ସଂଗ୍ରାମୀଙ୍କୁ ମାସିକ ୨୦ ହଜାରର ପେନ୍‌ସନ

ଭୁବନେଶ୍ୱର: ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ୍‌ଓ ଡିଆଇଏସ୍‌ଆଇଆର୍ ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀଙ୍କୁ ମାସକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କାର ପେନସନ ଦିଆଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ। ସେମାନଙ୍କ ତ୍ୟାଗକୁ ହୃଦ୍‌ବୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବିଷୟରେ ପୂର୍ବରୁ ପେନସନ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ତଦନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନ୍‌ସନ ଓ ଚିକିତ୍ସା ସୁବିଧା ପାଇବେ। ସମସ୍ତ ସଂଗ୍ରାମୀଙ୍କ ପେନ୍‌ସନ ସହିତ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button