ଜୁଲାଇ ସୁଦ୍ଧା ପ୍ରଚୁର ଟିକା
ନୂଆଦିଲ୍କୀ: କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ତେବେ ଟିକାର ଅଭାବ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେବେ ଜୁଲାଇ ସୁଦ୍ଧା ଦେଶରେ ପ୍ରଚୁର ଟିକା ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।
ଭାରତରେ ଟିକା ଉତ୍ପାଦନ ପ୍ରସଙ୍ଗରେ ଡାକ୍ତର ଗୁଲେରିଆ ଏହା କହିଛନ୍ତି । ସେ କହିଛନ୍ତି କୋଭିସିଲ୍ଡ ଓ କୋଭାକ୍ସିନ ସେମାନଙ୍କ ଉତ୍ପାଦନ ବଢାଉଛନ୍ତି । ସେରମ ଓ ଭାରତ ବାୟୋଟେକ ନୂଆ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି । ସ୍ଫୁଟନିକ-ଭି’ ବି ପ୍ରଚୁର ପରିମାଣରେ ଆସିବା ସମ୍ଭାବନା ରହିଛି । ଆଉ ୨ ମାସ ମଧ୍ୟରେ ଭାରତରେ ଟିକା ପ୍ରଚୁର ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।