କାହାକୁ ଛଡ଼ାଯବିନି: ବାବୁ ସିଂ
ଭୁବନେଶ୍ୱର:ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଯେଉଁ ଅଧିକାରୀ ଦୁର୍ନୀତି କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ନେତା ହୁଅନ୍ତୁ କି ଅଧିକାରୀ ଦୁର୍ନୀତି କଲେ କାହାକୁ ଛଡ଼ାଯିବନି ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଛନ୍ତି । ୨୪ ବର୍ଷ ସରକାରରେ ଭ୍ରଷ୍ଟାଚାର ଚରମସୀମାରେ ପହଞ୍ଚିଥିଲା । ଅଫିସର ଓ ନେତା ଦୁର୍ନୀତିରେ ବୁଡ଼ିକି ଥିଲେ । ସାଧାରଣ ଲୋକଙ୍କ ସରକାର ଅଛି, ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାବୁ ସିଂ କହିଛନ୍ତି ।