ଜୀବନ ରଣରେ ଜିତିପାରିଲେନି ରଣଜିତ୍

କେନ୍ଦ୍ରାପଡା/ଛଘରିଆ : ଗାଁ ଆଜି ଜଣେ ବୀର ପୁତ୍ରକୁ ହରାଇଲା । ଏ ଅଂଚଳ ଆଜି ଜଣେ ଦକ୍ଷ, ସୁ-ସଂଗଠକ ଓ ଯୁବ ବ୍ୟବସାୟୀଙ୍କୁ ବିଦାୟ ଶ୍ରଦ୍ଧାଞ୍ଜଳି ଜଣାଇଲା । ବିଦାୟକାଳୀନ ଦୁଃଖରେ ମ୍ରିୟମାଣ ବନ୍ଧୁ, ପରିଜନ, ଗ୍ରାମବାସୀ ତଥା ଅଂଚଳବାସୀ । ବିଦେଶରେ ଚାକିରୀ କରିବାପାଇଁ ମନ ନ ବଳେଇ ନିଜ ମାଟିରେ କିଛି କରିବା ଆଉ କିଛି ଲୋକଙ୍କୁ ରୋଜଗାର ଦେବାପାଇଁ ଅଂଟା ଭିଡ଼ିଥିଲେ ରଂଜିତ । ରଣଜିତ୍ ଙ୍କ ଶ୍ରଦ୍ଧା ନାମ ଥିଲା ଗାଂଡୁଆ । ହାଇସ୍କୁଲରେ ପାଠପଢୁଥିବା ସମୟରେ କ୍ରୀଡାକ୍ଷେତ୍ରରେ ସୁନାମ ଆଣିଥିଲେ ଅଂଚଳବାସୀଙ୍କ ପାଇଁ । ବ୍ୟବସାୟରେ ପ୍ରଥମେ ପ୍ରବେଶ କଲେ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ । ବାସ ସେବେଠୁ ଆଜିଯାଏ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଜିନେସ କ୍ଷେତ୍ରରେ ରହି ନିଜକୁ ଜଣେ ସ୍ୱତନ୍ତ୍ର ବ୍ୟବସାୟୀ ଭାବେ ପରିଗଣିତ କରିଥିଲେ । ଯୁବକମାନଙ୍କ ପାଇଁ ସେ ଥିଲେ ଆଦର୍ଶ , ଗ୍ରାମବାସୀଙ୍କ ସୁଖରେ ଦୁଃଖରେ ସାଥି ଥିଲେ ରଂଜିତ । ସେଦିନ ଥିଲା ଡିସେମ୍ବର ୧୧ ତାରିଖ, ବୁଧବାର । ନିଶ୍ୱାସ ପ୍ରଶ୍ୱାସ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପରିବାରଲୋକେ ଭୁବନେଶ୍ୱରସ୍ଥିତ ସନସାଇନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଭର୍ତ୍ତି କରିବାର ମାତ୍ର କେଇଘଣ୍ଟା ପରେ ହୃଦଘାତରେ ପ୍ରାଣତ୍ୟାଗ କଲେ ରଂଜିତ । ତାଙ୍କ ମର ଶରୀର ଗ୍ରାମକୁ ଆସିବା ପରେ ସମସ୍ତଙ୍କ ଆଖିରେ ଲୁହ, ଫାଟି ପଡୁଥିଲା ଛଘରିଆ ମାଟି । ଯେଉଁ ମାଟିରେ ଦିନେ ଜନ୍ମ ନେଇ କୁଆଁ କୁଆଁ ଡାକଦେଇଥିଲେ, ଶେଷରେ ସେହି ମାଟିରେ ଆଜି ‘ରଂଜିତ କୁମାର ଅମର ରହେ’, ‘ଯୁବ ବ୍ୟବସାୟୀ ଅମର ରହେ’ ଧ୍ୱନିରେ ଅନ୍ତିମ ସଂସ୍କାର କରାଗଲା । ସମସ୍ତ ଗ୍ରାମବାସୀଙ୍କ ମନରେ ରଂଜିତଙ୍କ ପ୍ରତି ଯେଉଁ ଶ୍ରଦ୍ଧା, ଭଲପାଇବା ଥିଲା ତାହା ତାଙ୍କ ମର ଶରୀର ଦେଖି ସ୍ପଷ୍ଟ ଜଣାପଡୁଛି । ଗ୍ରାମବାସୀଙ୍କ ଆଖିର ଲୁହ ବୟାନ କରୁଛି ଯେ ରଂଜିତଙ୍କୁ ଖାଲି ସେମାନେ ଭଲ ପାଆନ୍ତିନି ବରଂ ସେମାନଙ୍କ ହୃଦୟରେ ନାୟକ ସାଜିଥିଲେ ରଣଜିତ୍ ଜେନା ଓରଫ ଗାଂଡୁଆ ।
”ରଂଜିତ କୁମାରଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଅମର ପ୍ରାର୍ଥନା ” ।

Related Articles

Leave a Reply

Your email address will not be published. Required fields are marked *

Back to top button