୧୬ରୁ ରତ୍ନଭଣ୍ଡାର ମରାମତି !

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ୟ୍ୟ କରିଛି ଏଏସ୍‌ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ। ସେ କହିଛନ୍ତି ଯେ ଏକ ଧାର୍ୟ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଯାଇଛି। କିନ୍ତୁ ନୀତି ସବ୍‌କମିଟିରୁ କିଛି ନିଷ୍ପତ୍ତି ଆସିନି। ନୀତି ସବ୍‌କମିଟିର ବୈଠକ ହେବ। ଆସନ୍ତାକାଲି କିମ୍ବା ମଙ୍ଗଳବାର ସେମାନଙ୍କର ବୈଠକ ବସିବାର ଅଛି। ସେହି ବୈଠକରେ ଆମ ପାଇଁ ଏକ ସମୟ ସେମାନେ ଦେବେ। ତା’ପରେ ଆମେ କାର୍ୟ୍ୟ ଆରମ୍ଭ କରିବୁ। ଆମେ ୧୬ ତାରିଖରୁ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ।ଏଏସ୍‌ଆଇ ଅଧୀକ୍ଷକ ଶ୍ରୀ ଗଡ଼ନାୟକ କହିଛନ୍ତି ଯେ ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ। ପ୍ରତିଦିନ ୫ରୁ ୬ ଘଣ୍ଟା ମିଳିଲେ ଆମେ ଯେତେ ଶୀଘ୍ର ଏହାକୁ ଶେଷ କରିବାକୁ ଚେଷ୍ଟା କରିବୁ। ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ। ପରେ ବାହାର ରତ୍ନଭଣ୍ଡାରର ମରାମତି କରାଯିବ। ଆବଶ୍ୟକ ସ୍ଥଳେ ପଥରଗୁଡ଼ିକୁ ବଦଳାଯିବ। ଡିପ୍ଲାଷ୍ଟର କଲା ପରେ କେତେ କାମ ଆବଶ୍ୟକ ଓ କ’ଣ କ’ଣ ଆବଶ୍ୟକ ହେବ, ତାହା ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ କହି ହେବନି କେତେ ଦିନରେ କାମ ସରିବ।

Related Articles

Leave a Reply

Your email address will not be published. Required fields are marked *

Back to top button