ଯୁବପିଢ଼ିଙ୍କୁ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବ ପିଢ଼ିଙ୍କୁ ଏକ କ୍ୱିଜ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେମାନଙ୍କର ବିଶେଷ ଯୋଗଦାନ ହେବ ବୋଲି ସେ କହିଛନ୍ତି। ଏକ୍ସର ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି: “ମୋ ଯୁବ ବନ୍ଧୁମାନେ, ଏକ ମଜାଦାର କ୍ୱିଜ ଅଛି, ଯାହାକି ଆପଣମାନଙ୍କୁ ୨୦୨୫ ଜାନୁଆରୀ ୧୨ ତାରିଖରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶ ବିଶେଷ ହେବାର ସୁଯୋଗ ଦେବ। ଏହା ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଥିରେ କି ଉଚ୍ଚ ସରକାରୀ ସ୍ତରରେ ଆପଣଙ୍କର ନବାଚାର ଚିନ୍ତାଧାରାକୁ ପହଞ୍ଚାଇବାର ସୁଯୋଗ ରହିଛି।ଆମର ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ହେବ ଆପଣମାନଙ୍କର ସ୍ୱତନ୍ତ୍ର ଯୋଗଦାନ।