ସରୋଜ ହସ୍ପିଟାଲର ୮୦ ଡାକ୍ତରଙ୍କୁ କୋଭିଡ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲ୍‌ର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ୍‌ ପଜିଟିଭ୍‌ ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେମାନଙ୍କ ଭିତରୁ ୧୨ ଜଣ ଉକ୍ତ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ନିଜଘରେ ସଂଗରୋଧରେ ରହିଛନ୍ତି। ଉକ୍ତ ହସ୍ପିଟାଲ୍‌ରେ କୋଭିଡ୍‌ ପୀଡ଼ିତମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏପରି ଅଧିକ ସଂଖ୍ୟକ ଡାକ୍ତର ଏକକାଳୀନ ସଂକ୍ରମିତ ହେବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବହିଃଚିକିତ୍ସା ବିଭାଗ(ଓପିଡି)କୁ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ନିକଟରେ, ଉକ୍ତ ଡାକ୍ତରଖାନାରେ ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ସର୍ଜନ ଡା.ଏକେ ରାଵତଙ୍କର କୋଭିଡ୍‌ରେ ପରଲୋକ ଘଟିଥିଲା। ସରୋଜ ହସ୍ପିଟାଲର ଏହି ସଦ୍ୟ ଘଟଣାକୁ ମିଶାଇ କିଛି ଦିନ ଭିତରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାର ପ୍ରାୟ ୩୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button