ଆଣ୍ଟିବଡି ସୃଷ୍ଟି ହେବାର ଉପାୟ

–  ପ୍ରିୟଜନଙ୍କ ସହ ଭଲ ଖୁସି, ମଜାଗପ କରନ୍ତୁ ।
– ମୋବାଇଲ ଜରିଆରେ ପରସ୍ପର ମଧ୍ୟରେ ଚୁଟକୁଲା ବା ମଜା କଥା ସେୟାର କରି ହସ ବାଣ୍ଟନ୍ତୁ ।
– ନିଜର ଅନ୍ତରଙ୍ଗ ବନ୍ଧୁ/ବାନ୍ଧବୀଙ୍କୁ ଆଶ୍ୱାସନା ଦିଅନ୍ତୁ । ଆପଣ ସର୍ବଦା ତାଙ୍କ ସହ ରହିଛନ୍ତି । ଫୋନ ଯୋଗେ ତାଙ୍କର ଭଲ ମନ୍ଦ ବୁଝନ୍ତୁ । ନିତି – ଦିନିଆ କଥା ହୁଅନ୍ତୁ ଖୋଲାଖୋଲି । ସେ ମଧ୍ୟ ଆପଣଙ୍କୁ ସମାଜ ଭରସା ଦେଇପାରିବେ । ଏପରି ପରସ୍ପର ଭଲ ପାଇବା ବାଣ୍ଟିବା ଦ୍ୱାରା    ଯେଉଁ ଆନନ୍ଦ, ଆସ୍ଥା ମନରେ ସୃଷ୍ଟି ହୁଏ, ତାହା  ଆଣ୍ଟିବଡ଼ିକୁ ଜନ୍ମ ଦିଏ ।

– ଯେତେବେଳେ କୁନି ପିଲାଟିଏ ଆସି ଆପଣଙ୍କ ଉପରେ ମାଙ୍କଡ଼ ଛୁଆଟି ପରି ଲଟକି ପଡେ଼, ସେ ସମୟରେ ହୃଦୟରେ ଯେଉଁ ବିମଳ ଆନନ୍ଦ ଖେଳିଯାଏ ତାହା ସୃଷ୍ଟି କରେ ଆଣ୍ଟିବଡ଼ି । ଅର୍ଥାତ ଘରେ ଯଦି ଛୋଟ ପିଲା ଅଛନ୍ତି, ସେମାନଙ୍କ ସହ ପିଲା ହୋଇଯାଇ ଖୁବ ମସ୍ତି କରନ୍ତୁ । ସମୟ କେତେବେଳେ କଟିଯିବ ତାହା ଜାଣିପାରିବେ ନାହିଁ ।
– ଧୁମ ଧଡାସ ମ୍ୟୁଜିକ ବଜାଇ ଯେମିତି ପାରୁଛନ୍ତି ସେମିତି ନାଚନ୍ତୁ । ଏଥିରେ ଅନ୍ୟମାନଙ୍କୁ ବି ସାମିଲ କରନ୍ତୁ । ତାହା ଶରୀରରେ ସୃଷ୍ଟି କରିବ ଆଣ୍ଟିବଡ଼ି ।

Related Articles

Leave a Reply

Your email address will not be published.

Back to top button