ନୂଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ପୁଡୁଚେରୀରୁ ଚେନ୍ନାଇକୁ ପଠାଇ ଦେଇଛନ୍ତି । ସୂଚନା ମୁତାବକ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରବିବାର ଦିନ ପୁଡୁଚେରୀ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ଦୁଇଦିନ ପୂର୍ବରୁ ପୁଡୁଚେରୀ ରାଜଭବନରେ ଆୟୋଜିତ ସମାରୋହରେ ସେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏବେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ରଙ୍ଗାସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଠାବ କରି କ୍ୱାରେଣ୍ଟିନ୍ ରଖାଯାଇଛି।

Related Articles

Leave a Reply

Your email address will not be published.

Back to top button