ଓଡ଼ିଶାକୁ ମିଳିଲା ୩୩୮.୮କୋଟି
ଭୁବନେଶ୍ୱର: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫ଟି ରାଜ୍ୟକୁ ଅନୁଦାନ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୮୯୨୩.୮କୋଟି ଟଙ୍କାର ସହାୟତା ମୋଟ ୨୫ଟି ରାଜ୍ୟକୁ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ଓଡ଼ିଶାକୁ ୩୩୩.୮କୋଟି ମିଳିଥିବା ଜଣାଯାଇଛି । ଏହି ଅର୍ଥ ସହାୟତା ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ଗୁଡ଼ିକ ହେଲା- ଆନ୍ଧପ୍ରଦେଶ- ୩୮୭.୯କୋଟି, ଆସାମ-୨୩୭.୨ କୋଟି, ପଶ୍ଚିମବଙ୍ଗ-୬୫୨.୨କୋଟି, ବିହାର- ୭୪୧.୮କୋଟି, ଉତ୍ତରପ୍ରଦେଶ-୧୪୪୧.୬କୋଟି, ଛତିଶଗଡ଼-୨୧୫କୋଟି ଗ୍ରାମଞ୍ଚଳରେ ଖର୍ଚ୍ଚ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁଦାନ ମଞ୍ଜୁର କରାଯାଇଛି ।