ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଦୀର୍ଘ ଦିନ ଧରି ବାହାରେ ରହିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏହି ଦଳକୁ ଫେରିଛନ୍ତି। ଋତୁରାଜ ଗାଇକ୍ଵାଡଙ୍କୁ ଦଳର ଅଧିନାୟକ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ବାସ୍ତବରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୋର୍ଡ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ୩୧ ଅକ୍ଟୋବରରୁ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ (ଚାରି ଦିନିଆ) ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତ-ଏ ଦଳ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚରେ ଭାଗ ନେବ। ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମକାୟରେ ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ତା’ପରେ ପର୍ଥରେ ସିନିୟର ପୁରୁଷ ଦଳ ବିପକ୍ଷରେ ଇଣ୍ଡିଆ-ଏର ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚ୍ ଖେଳାଯିବ। ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ସିନିୟର ପୁରୁଷ ଦଳ ପାଇଁ ଇଶାନ କିଶନଙ୍କ ଶେଷ ମ୍ୟାଚ ନଭେମ୍ବର ୨୦୨୩ ରେ ଟି -୨୦ ମ୍ୟାଚରେ ହୋଇଥିଲା। ଏହା ପରେ, ଇଶାନ ମାନସିକ ଥକ୍କା ଦର୍ଶାଇ ଏକ ବିରତି ନେଇଥିଲେ, କିନ୍ତୁ ଏହି ବିରତି ପରେ ଇଶାନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି।

ଭାରତ ଏ ର ତିନୋଟି ମ୍ୟାଚ୍ ର କାର୍ଯ୍ୟସୂଚୀ:

ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ, ପ୍ରଥମ ଚାରି ଦିନିଆ ମ୍ୟାଚ୍ – ୩୧ ଅକ୍ଟୋବରରୁ ୦୩ ନଭେମ୍ବର।

ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ – ୦୭ ନଭେମ୍ବରରୁ ୧୦ ନଭେମ୍ବର।

ଇଣ୍ଡିଆ-ଏ ବନାମ ସିନିୟର ଟିମ୍ ଇଣ୍ଡିଆ ଇଣ୍ଟ୍ରା ସ୍କ୍ବାଡ୍ ମ୍ୟାଚ୍ – ୧୫ ନଭେମ୍ବରରୁ ୧୭ ନଭେମ୍ବର।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ଏ ଦଳ:

ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ଵରନ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦରଜିତ, ଇଶାନ କିଶନ (ୱିକେଟ୍ କିପର) ଅଭିଷେକ ପୋରେଲ (ୱିକେଟ୍ କିପର), ମୁକେଶ କୁମାର, ଖଲିଲ ଅହମ୍ମଦ, ନବଦୀପ ସାଇନି, ମାନବ ସୂତାର, ତନୁଶ କୋଟିଆନ୍।

Related Articles

Leave a Reply

Your email address will not be published.

Back to top button