ଏମ୍‌କେସିଜି ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ବର: ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆସନ୍ତା ୨୬ତାରିଖ ପର୍ୟ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ମୁଖ୍ୟାଳୟ ନଛାଡ଼ି ପାଇଁ କୁହାଯାଇଛି। ଅନ୍ୟପକ୍ଷେ ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ବାତ୍ୟା ସମୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୩,  ୨୪ଓ  ୨୫ ଓ ତାରିଖ ତିନିଦିନ ଧରି ଏମ୍‌କେସିଜି ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ପ୍ରଫେସର ଡା. ସୁଚିତ୍ରା ଦାଶ  ସୂଚନା ଦେଇଛନ୍ତି। ପ୍ରକାଶ ଯେ ମାଡ଼ି ଆସୁଛି ‘ଦାନା’। ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ।  ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବ। ୨୪ ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି ୨୫ ତାରିଖ ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ପବନର ବେଗ ୧୦୦ ରୁ ୧୧୦ ମଧ୍ୟରେ ରହିବ। ସେହିପରି ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ।

Related Articles

Leave a Reply

Your email address will not be published.

Back to top button