ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଏକ ବଡ଼ଖବର ଆସିଛି । ତାହା ହେଲା ରାଜ୍ୟରେ ଟିକା ଅଭାବରୁ ଟିକାଦାନ ବାଧାପ୍ରାପ୍ତ ହୋଇଥିବାବେଳେ ଶୁକ୍ରବାର ଭୁବନେଶ୍ୱରରେ ୨ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି ।  ୪୫ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ  କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ  ୨ୟ ଡୋଜ ପାଇଁ ଅପେକ୍ଷାରତ ଲୋକଙ୍କୁ  ଟିକା ପ୍ରଦାନ ନେଇ ପ୍ରାଥମିକତା ମିଳିବ ବୋଲି ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button