ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ରାଜ୍ୟରେ ଆୟୁଷ୍ମାନ ଭାରତ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଏନେଇ ମୋହନ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ। ଆକଳନ ଅନୁଯାୟୀ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାଶନ କାର୍ଡ ପାଇଁ ଇ-କେୱାଇସି ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡିବ। ବିଏସକେୱାଇ ଯୋଜନାରେ ୯୫୭ ହସ୍ପିଟାଲରେ ସୁବିଧା ମିଳୁଥିଲା। ଏଣିକି ୨୭ ହଜାରରୁ ଊର୍ଦ୍ଧ୍ୱ ଅନୁବନ୍ଧିତ ହସ୍ପିଟାଲରେ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ କରାଯାଇଛି।

Related Articles

Leave a Reply

Your email address will not be published.

Back to top button