ଡ୍ରଗ୍ସ ମାମଲାରେ ଗିରଫ ହେଲେ ଭେଟେରାନ ଅଭିନେତା ଦିଲୀପ ତାହିଲଙ୍କ ପୁଅ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହେଇଛନ୍ତି ବଲିଉଡ ଅଭିନେତାଙ୍କ ପୁଅ ଧ୍ରୁଭ | ବଲିଉଡର ଭେଟେରାନ ଅଭିନେତା ଦିଲୀପ ତାହିଲଙ୍କ ପୁଅ ଧ୍ରୁବ ଜଣେ ମଡେଲ ତଥା ଆଶାୟୀ ଅଭିନେତା | ଆଣ୍ଟି ନାର୍କୋଟିକ୍ସ ସେଲ୍ ବାନ୍ଦ୍ରା ୟୁନିଟ୍ କହିବାନୁସାରେ, ପୋଲିସ ଏପ୍ରିଲ୍ ୨୦ ରେ ଡ୍ରଗ୍ ବେପାରୀ ମୁଜାମିଲ୍ ଏ ଆର ଆର ଶେଖଙ୍କୁ ଗିରଫ କରି ତାଙ୍କ ନିକଟରୁ ୩୫ ଗ୍ରାମ ଓଜନର  ମେଫେଡ୍ରୋନ ଉଦ୍ଧାର କରିଥିଲା, ଯେଉଁ ଅଛନ୍ତି ଧୃଭ ଏହି ମାମଲାରେ ସମ୍ପୃକ୍ତି ନେଇ ବୁଧବାର ତାଙ୍କୁ ଗିରଫ କରାଯାଇଛି |

ମୋବାଇଲ୍ ଫୋନ୍ ରେକର୍ଡ ଏବଂ ୱାର୍ଟ୍ସ ଆପ୍‌ ଚାଟ୍ ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ଧ୍ରୁଭ ଶେଖଙ୍କ ଠାରୁ ଅନେକ ଥର ନିଶାଦ୍ରବ୍ୟ ଡ୍ରଗ୍ସ ପାଇଁ  ଦାବି କରିଛନ୍ତି | କେବଳ ସେତିକି ନୁହେଁ ଧ୍ରୁଭ, ଶେଖଙ୍କ ଆକାଉଣ୍ଟ କୁ  ଡ୍ରଗ୍ସ କିଣିବା ପାଇଁ ଛଅ ଥର ଟଙ୍କା ଜମା କରିଥିଲେ | ପୋଲିସ କହିଛି ଯେ ଧ୍ରୁଭ ମାର୍ଚ୍ଚ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶେଖଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କର ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି।

Related Articles

Leave a Reply

Your email address will not be published.

Back to top button