ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ କୋଠାର ବଦଳିବ ରଙ୍ଗ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍ ଓ ସ୍କୁଲ ପିଲାମାନଙ୍କ ୟୁନିଫର୍ମ ରଙ୍ଗ ବଦଳାଇବାରେ ପରେ ଏବେ ରାଜ୍ୟ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସବୁ ସରକାରୀ କୋଠାର ରଙ୍ଗ ବଦଳିବ। ସରକାରୀ କୋଠାର ବାହାର ପାଶ୍ୱର୍ କମଳା ଓ ବର୍ଡ଼ର ନାଲି ରଙ୍ଗ ରହିବ। ସୋମବାର ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ଅଧିନସ୍ଥ ସମସ୍ତ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି କରି ଅବଗତ କରାଯିବା ସହ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ସେଥିରେ ଦର୍ଶାଯାଇଛି ଯେ, ପୂର୍ବରୁ ଥିବା ରଙ୍ଗସବୁ ପରିର୍ତ୍ତନ ହେବ। ଏଣିକି ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରାଯାଇ ଗୋଟିଏ ରଙ୍ଗ କରାଯିବ। ଏଥିସହ ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ହେବ।

Related Articles

Leave a Reply

Your email address will not be published.

Back to top button