ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ରାଜ୍ୟରେ ୪ ଦିନ ଧରି ଚାଲିଥିବା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ। ଆଜିଠାରୁ ନର୍ସିଂ ଅଫିସରମାନେ କାମକୁ ଫେରିବେ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ ଆଜିଠୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି । ନର୍ସିଂ କର୍ମଚାରୀ ସଂଘ ଓ ସ୍ୱାସ୍ଥ୍ୟ ସଚିବ ଏସ୍ ଅଶ୍ୱଥିଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାପରେ ସରକାର ଅନ୍ତବିଭାଗୀୟ କମିଟି ଗଠନ କରିଥିଲେ । ମାତ୍ର ସେମାନଙ୍କ ୧୦ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଦୁଇଦିନ ଧରି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ସରକାର ସେମାନଙ୍କ ବିରୁଦ୍ଧରେ ଏସମା ଲାଗୁ କରିଥିଲେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ ।

Related Articles

Leave a Reply

Your email address will not be published.

Back to top button