ବନ୍ଦ ଡାକରା ପ୍ରତ୍ୟାହୃତ କଲା ବିଜେଡି

ଭୁବନେଶ୍ୱର: ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ। ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଦଳ ନିଜ ବନ୍ଦ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି। ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ବେଳେ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି ଅନୁଯାୟୀ, ବିଜେପି ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୬୦ ଦିନରେ ତଦନ୍ତ ସାରିବାକୁ କୁହାଯାଇଛି। ତେଣୁ ଏ ସଂକ୍ରାନ୍ତରେ ବହୁ ଆଲୋଚନା ପର୍ୟ୍ୟାଲୋଚନା କରାଯାଇ ଦଳ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲିର ହରତାଳ ଡାକରାକୁ ପ୍ରତ୍ୟାହାର କରାଯାଉଛି।

Related Articles

Leave a Reply

Your email address will not be published.

Back to top button