ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର:  ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ୟାତନାକୁ ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ଏନେଇ ଆଜି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରିଛି ବିଜେଡି। ଥାନାରେ ସିସିଟିଭି ପୂର୍ବରୁ ଥିବାବେଳେ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ ଶହେ ଦିନର ସରକାର କେବଳ ରଙ୍ଗ ବଦଳାଇବାରେ କାମ କରୁଛନ୍ତି ବୋଲି ବିଜେଡି କହିଛି। ଘଟଣା ନେଇ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି।

Related Articles

Leave a Reply

Your email address will not be published.

Back to top button