ପ୍ରଥମ ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ୟ୍ୟୟ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଟିମ୍‌ ଆରମ୍ଭରୁ ଉନ୍ନତ ପ୍ରଦର୍ଶନ ଜାରି ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ୟ୍ୟୟର ସାମ୍ନା କରିଛି। ମଧ୍ୟାହ୍ନ ସୁଦ୍ଧା ଭାରତ ୪ ଉଇକେଟ ବିନିମୟରେ ୧୦୧ ରନ୍‌ ସଂଗ୍ରହ କରିଛି। ଯଶଶ୍ଵୀ ଜୟସଓ୍ବାଲ ଏବଂ ରୋହିତ ଶର୍ମା ମ୍ୟାଚ ଓପନ କରିଥିବାବେଳେ ମାତ୍ର ୧୪ ରନରେ ଭାରତ ପ୍ରଥମ ଉଇକେଟ ହରାଇଥିଲା। ୬ରନ ସଂଗ୍ରହ କରି ରୋହିତ ଆଉଟ ହୋଇଯାଇଥିଲେ। ଏହାପରେ ପରେ ଗିଲ୍‌ ବିନା କୌଣସି ରନ କରି ଆଉଟ ହୋଇଯାଇଥିଲେ। ପରେ ବିରାଟ କୋହଲି ବି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ବି ମାତ୍ର ୬ ରନରେ ପ୍ୟାଭିଲିଅନ ଫେରିଥିଲେ। ୩୪ ରନରେ ଦଳ ୩ଟି ଉଇକେଟ ହରାଇଥିବାବେଳେ ଜୟସସ୍ଵାଲ ଏବଂ ରୁଷଭ ପନ୍ତ ସ୍ଥିତି ସମ୍ଭାଳିଥିଲେ। ମାତ୍ର ମଧ୍ୟାହ୍ନଭୋଜନ ବିରତି ପରେ ପନ୍ତ ୩୯ ରନରେ ଆଉଟ ହୋଇଯାଇଥିଲେ। ବାଂଲାଦେଶ ବୋଲର ହସନ ମହମ୍ମୁଦ ଘାତକ ବୋଲିଂ କରି ସମସ୍ତ ୪ଟି ଯାକ ଉଇକେଟ ନେଇଥିଲେ।

Related Articles

Leave a Reply

Your email address will not be published.

Back to top button