୩ ଜିଲ୍ଲାକୁ ହିଟ-ୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି । ଜିଲ୍ଲାଗୁଡ଼ିକ ହେଲା, କଟକ, ଖୋର୍ଦ୍ଧା ଓ ନୟାଗଡ଼ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବିଶେଷ କରି ଶିଶୁ ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତକାଲି ଭଳି ମଧ୍ୟ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ୱରର ୪୩.୨ ଡିଗ୍ରୀ ରେକର୍ଡ ହୋଇଛି ।

ଏହା ବ୍ୟତୀତ ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବାରିପଦା, ଟିଟିଲାଗଡ ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି । ଆଗାମୀ କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବା ସହ କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବ ବୋଲି କହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ସୋମବାର ପର୍ଯ୍ୟନ୍ତ ସାମୁଦ୍ରିକ ପବନ ପ୍ରବାହର ସମ୍ଭାବନା କମ । କିନ୍ତୁ ମଙ୍ଗଳବାର ଉପକୂଳ ଓଡ଼ିଶାର ତାପମାତ୍ରା ୪୦ ଡିଗଅୀ ତଳକୁ ଖସିବ । ବୁଧବାର ଏହା ୩୮ ଡିଗ୍ରୀକୁ ଖସିବ ଓ ପରବର୍ତ୍ତୀ ୪ ଦିନ ଅପରିବର୍ତ୍ତିତ ରହିବ ।

Related Articles

Leave a Reply

Your email address will not be published.

Back to top button