ହମାସ ମୁଖ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ: ହମାସର ଶୀର୍ଷ ନେତା ଇସ୍ମାଇଲ ହନିୟାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ଇରାନରେ ତାଙ୍କୁ ହତ୍ୟା କରାଯାଇଛି। ଇରାନର ସେନା ଇରାନ ରିଭୋଲ୍ୟୁସନାରୀ ଗାର୍ଡସ୍‌ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ତେହେରାନସ୍ଥିତ ଇସ୍ମାଇଲ ହାନିୟାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ଅଙ୍ଗରକ୍ଷୀଙ୍କ ସହ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ଘଟିଛି। ହମାସ ମଧ୍ୟ ଇସ୍ମାଇଲ ହାନିୟାଙ୍କ ହତ୍ୟାକୁ ସ୍ୱୀକାର କରିଛି ଏବଂ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଏପର୍ୟ୍ୟନ୍ତ ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇ ନାହିଁ। ଏହାପୂର୍ବରୁ ମଙ୍ଗଳବାର ଇସ୍ମାଇଲ ହନିୟା ଇରାନର ନୂଆ ରାଷ୍ଟ୍ରପତିଙ୍କ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସେ ଇରାନର ସର୍ବୋଚ୍ଚ ନେତାଙ୍କୁ ମଧ୍ୟ ଭେଟିଥିଲେ।

Related Articles

Leave a Reply

Your email address will not be published.

Back to top button