ପ୍ୟାରିସ୍ ଅଲିମ୍ପିକ୍ସ 2024: ଫାଇନାଲରେ ରାମିତା ଜିନ୍ଦଲ, କ୍ୱାର୍ଟର ଫାଇନାଲରେ ବଲରାଜ

ନୂଆଦିଲ୍ଲୀ: ଭାରତର ରମିତା ଜିନ୍ଦଲ 10 ମିଟର ଏୟାର ରାଇଫଲ ମହିଳା ସିଙ୍ଗଲ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ତୃତୀୟ ଭାରତୀୟ ଆଥଲେଟ୍ ହୋଇଛନ୍ତି। 20 ବର୍ଷୀୟା ରମିତା ଜିନ୍ଦଲ ଯୋଗ୍ୟତା ପର୍ଯ୍ୟାୟରେ 631.5 ସ୍କୋର କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ସମସ୍ତ ୬ ଟି ସିରିଜରେ 100 ପ୍ଲସ୍ ସ୍କୋର କରିଥିଲେ। ସେହିଭଳି ଏହି ଇଭେଣ୍ଟରେ ଭାରତର ଏଲାଭିନିଲ 630.7 ସ୍କୋର ସହିତ ଦଶମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିପାରିନାହାନ୍ତି। ଭାରତର ବଲରାଜ ପାଂୱର ରୋଇଂରେ ଚମତ୍କାର କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଦିନ ବଲରାଜ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବେ। କ୍ୱାର୍ଟର ଫାଇନାଲ ପାଇଁ ବଲରାଜ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ଅବଶ୍ୟ, ଆଜି ପୁନର୍ବାର ସହାୟତାରେ ସେ ଶେଷ 8 ରେ ପହଞ୍ଚିବାରେ ସଫଳ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button