ଚାରି ନରନାରୀଙ୍କ ଅନ୍ତର୍ଦ୍ୱନ୍ଦ୍ବର କାହାଣୀ ”ଆଗାମୀ”

ଭୁବନେଶ୍ୱର : ସଫଳତା ସାଉଁଟିଲା ମନୋରଞ୍ଜନ ଦାସଙ୍କ ରଚିତ ନାଟକ ”ଆଗାମୀ” | କରତାଳିରେ ଫାଟିପଡିଲା ଭୁବନେଶ୍ୱର, ରବିନ୍ଦ୍ରମଣ୍ଡପ | ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର କଳାକାରଙ୍କ ନିଖୁଣ ଅଭିନୟ ଓ ମିହିର ମେହେରଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ଏହି ନାଟକ। ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ୫ ଦିନିଆ ନାଟକ ଉତ୍ସବର ଦ୍ଵିତୀୟ ସଂଧ୍ୟାର ନାଟକ ”ଆଗାମୀ” ଇତି ମଧରେ ମଞ୍ଚସ୍ଥ ହୋଇଯାଇଛି । ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ ନାଟକ ”ଆଗାମୀ” ର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ମିହିର ମେହେର | ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ ରାୟ , ବରିଷ୍ଠ ଅଭିନେତା ପ୍ରସନ୍ନ ମିଶ୍ର ଯୋଗଦେଇଥିଲେ | ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପରିଚାଳନା କରିଥିଲେ।

ନାଟକର ସାରାଂଶ :
ସ୍ଵାର୍ଥପରତାର ମହାଯଜ୍ଞରେ ସୂର୍ଯ୍ୟନାରାୟଣ ପ୍ରଥମ ବାଲିସବରୂପ ଅର୍ପଣ କରନ୍ତି ନିଜର ଏକମାତ୍ର କନ୍ୟା ସରସୀକୁ | ସରସୀ ଡାକ୍ତର ସରୋଜଙ୍କୁ ଭଲପାଉଥିଲେ ହେଁ ବିଶ୍ୱାସ କରିପାରେ ନାହିଁ । ଅଭିମାନରେ , ସାମୟିକ ଉତ୍ତେଜନାରେ ସେ ନିଜକୁ ଶରତ ହାତରେ ଟେକିଦିଏ | ହାତଗଣ୍ଠି ପଡେ ସତ , ମନର ଗଣ୍ଠି କିନ୍ତୁ ହୁଗୁଳା ହୋଇଯାଏ । ଅପୂର୍ଣ୍ଣ କାମନା ଜାଲରେ ଛନ୍ଦିହୋଇ ଶରତ ମାନସିକ ଭାରସାମ୍ୟ ହରେଇ ସରୋଜ କ୍ଲିନିକକୁ ଯାଇ ଅଧିକ ଛନ୍ଦି ହୋଇଯାଏ କଲ୍ୟାଣୀର ଆକର୍ଷଣରେ। ଏଭଳି ୪ ଜଣ ନରନାରୀଙ୍କର ଅନ୍ତର୍ଦ୍ୱନ୍ଦକୁ ନେଇ ୨୨ ଜୁଲାଇ ୨୦୧୪ ରେ ମଞ୍ଚସ୍ଥ ହୋଇଥିଲା ନାଟକ ”ଆଗାମୀ” ।

ଚରିତ୍ରରେ :
ସୂର୍ଯ୍ୟନାରାୟଣ ଚୌଧୁରୀ – ରାଜକିଶୋର ମହାନ୍ତି
ଶରତ – ଅବିନାଶ ଦଣ୍ଡପାଟ
ସରୋଜ – କୁମାର ଶ୍ରୀ ସୁରଜିତ ପ୍ରସାଦ
ସୁନ୍ଦର – ରବିନାରାୟଣ ରାୟ
ସୁଦର୍ଶନ – ଦିଲ୍ଲୀପ ଦାଶ ଶର୍ମା
ବାସୁଦେବ – ରମାକାନ୍ତ ଶାନ୍ତି
ସାରଥୀ – ଜିତେନ୍ଦ୍ର ପଟ୍ଟନାୟକ
ବୃଦ୍ଧ – ଉପେନ୍ଦ୍ର ପତି
ସରସୀ – ଧରିତ୍ରୀ ଖଣ୍ଡୁଆଳ
କଲ୍ୟାଣୀ- – ବନ୍ଦନା ଦାଶ

ମଂଚ ଅନ୍ତରାଳେ :
ମଂଚ ପରିଚାଳନା : ସୁରେଶ ନାୟକ, ସତ୍ୟବ୍ରତ ଦାସ
ମଂଚ ସଜ୍ଜା : ସୁବାସ ସାହୁ
ଶବ୍ଦ / ଆଲୋକ : ଓଡିଶା ସରକାର
ଆଲୋକ ପରିକଳ୍ପନା : ସଞ୍ଜୟ କୁମାର ପ୍ରଧାନ
ରୂପସଜ୍ଜା : ବିଧାନ
ପୋଷାକ : ପ୍ରସନ୍ନ କୁମାର ଶତପଥୀ (ମାମା)
ସଂଗୀତ : ପ୍ରତାପ ରାଉତ
ସହ-ନିର୍ଦ୍ଦେଶକ : ଅବିନାଶ ଦଣ୍ଡପାଟ

ପ୍ରାୟ ୭ ଦଶନ୍ଧିରୁ ଉର୍ଦ୍ଧ୍ବ ରଚିତ ଏହି ନାଟକକୁ ନିର୍ଦ୍ଦେଶନା ଦେଲାବେଳେ ନିର୍ଦ୍ଦେଶକ ମିହିର ମେହେର ଅନେକ ଛୋଟ ବଡ ବିଭାଗପ୍ରତି ଦୃଷ୍ଟି ଦେଇଥିଲେ । ୧ ଘଣ୍ଟା ୪୦ ମିନିଟ ଅବଧି ବିଶିଷ୍ଟ ”ଆଗାମୀ” ନାଟକକୁ ସମସ୍ତ ଦର୍ଶକ ଉପଭୋଗ କରିବା ସହ ଭୁରି ଭୁରି ପ୍ରଶଂସା କରିଥିଲେ।

 

Related Articles

Leave a Reply

Your email address will not be published.

Back to top button